Latest Odisha News

BREAKING NEWS

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍

ସୋର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଳ ପକାଇବା ବାହାନରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗତକାଲି ରାତିରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଦୁଇ ଜଣ ବାଇକ୍ ଆରୋହୀ ଟଙ୍କା ଧରି ଛୁ ମାରିଛନ୍ତି ।

ସୋରଠାରେ ଥିବା ଶ୍ରୀ ମହାବୀର ସର୍ଭିସ ଷ୍ଟେସନ୍ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଛି । ଗତକାଲି ରାତି ପାଖାପାଖି ସାଢ଼େ ୧୧ଟା ବେଳେ ଦୁଇ ବାଇକ୍ ଆରୋହୀ ତେଲ ପକାଇବାକୁ ଆସିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ତେଲ ପକାଇବା ବେଳେ ସେମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ କ୍ୟାସ୍ ବ୍ୟାଗ ଓ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ।

ପେଟ୍ରୋଲ ପମ୍ପ କର୍ମଚାରୀ ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛନ୍ତି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.