ବ୍ରହ୍ମପୁର: ୪ ବର୍ଷର ନାବାଳିକା ଶିଶୁକୁ ଗଣଦୁଷ୍କର୍ମ ଘଟଣାର ଦୁଇଜଣଙ୍କୁ ଆଜୀବନ ଦଣ୍ଡାଦେଶ ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଏହାସହ ପୀଡ଼ିତା ନାବାଳିକାଙ୍କ ପରିବାରକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗର ୧୦ ମାସ ମଧ୍ୟରେ ସ୍ବତନ୍ତ୍ର ପୋସ୍କୋ କୋର୍ଟ ରାୟ ଶୁଣାଇଥିବା ନେଇ ସୂଚନା ଦେଇଛନ୍ତି କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ।
ଅଭିଯୁକ୍ତ ଦ୍ୱୟ ହେଲେ ଗୁଜରାଟ ମେହେସନ ଜିଲା ସତଲାସନର ମୂଳ ନିବାସୀ ଭୂତେଦିଆ ଜଏସ କୁମାର(୩୦) ଏବଂ ଦେଓଗଡ଼ ଜିଲା ବରକୋଟ ଥାନା ଅନ୍ତର୍ଗତ ବାଇଧର ଗାଁର ହସେଲଦାର ମୁଣ୍ଡା(୩୭)।
୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ବିଚାରପତି।
ସୂଚନାଥାଉକି, ଗତ ଜାନୁଆରୀ ୨ ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡି କଲେଜ ପରିସରରେ ଥିବା ଏକ ଇଂଲିଶ ମିଡିଅମ ସ୍କୁଲରେ ପଢ଼ୁଥିବା ଜନୈକା ୪ବର୍ଷର ଶିଶୁ କନ୍ୟାଙ୍କୁ ଭୟଭୀତ କରି ସ୍କୁଲ ବସରେ ଯୌନ ଶୋଷଣ କରାଯାଇଥିଲା। ଏନେଇ ଜାନୁଆରୀ ୩ ତାରିଖରେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଏକ ମାମଲା(ନଂ.୦୨/୨୫) ରୁଜୁ କରିଥିଲା। ଘଟଣାର ତଦନ୍ତ କରି ବସରେ ଡ୍ରାଇଭର ଥିବା ଜଏସ କୁମାର ଓ ହେଲପର ହସେଲଦାର ମୁଣ୍ଡାଙ୍କୁ ଗତ ଜାନୁଆରୀ ୪ ତାରିଖ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Comments are closed.