Latest Odisha News

BREAKING NEWS

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)।

ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ ବିଲଡରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାମ ଚାଲିଥିବା ସମୟରେ ଦୁଇ ଜଣ ସେଠାରେ ବୋମା ମାଡ କରିଥିଲେ । ବାଲିଅନ୍ତା ଥାନା ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ ।

ଅଭିଯୁକ୍ତ ମାନେ ପୋଲିସ ଆଗରେ ନିଜର ଭୁଲ ସ୍ୱିକାର କରିଛନ୍ତି । ସେମାନେ ୧୦ ହଜାର ଟଙ୍କା ବଟିନେଇ ବୋମାମାଡ କରିଥିବା ପୋଲିସ ଆଗରେ ମାନିଛନ୍ତି ।

Comments are closed.