Latest Odisha News

ଧରାପଡ଼ିଲେ ନବରଙ୍ଗପୁରର ଧୁମ୍ ଷ୍ଟାଇଲ ଚୋର

ଖାତିଗୁଡ଼ା: ନବରଙ୍ଗପୁର ଜିଲ୍ଲା ପୋଲିସକୁ ଏକ ଚ୍ୟାଲେଞ୍ଜିଂ ଚୋରି ଘଟଣାରେ ସଫଳତା ମିଳିଛି । ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ୍ ସିନେମା ଷ୍ଟାଇଲରେ ଚୋରି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୧ ତାରିଖ ରାତିରେ ସ୍କୁଲରୁ ବିଭିନ୍ନ ଜିନିଷ ଚୋରି କରି ପୋଲିସକୁ ଚାଲେଞ୍ଜ କରିଥିଲେ ।

ସ୍କୁଲରୁ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ । ସ୍କୁଲ୍ ବ୍ଲାକ ବୋର୍ଡ଼ରେ “ଧୁମ-୪ ,ପୁଣି ଆସିବୁ, ଧରି ପାରିବ ତ ଧର ଲେଖି” ପୋଲିସକୁ ଚାଲେଞ୍ଜ କରିଥିଲେ । ଏହି ଘଟଣାର ତଦନ୍ତ କରି ପୋଲିସ ଖାତିଗୁଡ଼ାର ଦୁଇ ଭାଇଙ୍କୁ ଗିରଫ କରିଛି ।

ଶୁକ୍ରବାର ଏହି ଘଟଣାକୁ ନେଇ ପୋଲିସ ଖବରଦାତା ସମ୍ମିଳନୀ କରି ଏହାର ଗିରଫ ସୂଚନା ଦେଇଛି । ଚୋରିରେ ଦୁଇ ଭାଇ ଜଡ଼ିତ ଥିବା ନେଇ ନବରଙ୍ଗପୂର ଏଏସପି କହିଛନ୍ତି ।

ଦୁଇ ଭାଇ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ସେମାନେ ଚୋରି ପରେ ପୋଲିସକୁ ଚାଲେଞ୍ଜ କରିବା ଚର୍ଚ୍ଚାର ବିଷୟ ଥିଲା । ଦୁଇ ଭାଇ ଆଦିତ୍ୟ କୁମାର ଦାସ ଓ ଆନନ୍ଦ କୁମାର ଦାସଙ୍କୁ ପୋଲିସ ଗିରଫ କରିଛି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସମସ୍ତ ଚୋରି ଜିନିଷ ଉଦ୍ଧାର ସହ ଅଧିକ ତଦନ୍ତ କରିବା ନେଇ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ।

Comments are closed.