Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ : ସାକ୍ଷାତ ପରେ ଭାବବିହ୍ୱଳ ହେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର  : ଓଡ଼ିଶା ମାଟିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ । ନବୀନ ନିବାସରେ ଏକାଠି ଖାଇଲେ ନବୀନ ପଟ୍ଟନାୟକ ଓ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ଆଉ ଏହାପରେ ନବୀନଙ୍କ କଥା ରଖି ଦ୍ରୌପଦୀ ମୁର୍ମୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ଭୋଜନ କରିଛନ୍ତି ।   

 

ତାଙ୍କ ସାଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡ଼ି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ପରେ ସମର୍ଥନ ଲୋଡିବା ପାଇଁ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବା ବେଳେ ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ନବୀନଙ୍କ ସମେତ ଦଳର ବିଧାୟକ, ସାଂସଦ ଓ ନେତା ।

ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ଆଉ କହିଥିଲେ ରାଖି ବାନ୍ଧିଥିଲି ରାକ୍ଷୀର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ ।

ଦ୍ରୌପଦୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାର୍ଥୀ ଘୋଷଣାବେଳେ ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ । ମନ୍ତ୍ରୀ ଥିଲି ବହୁ କାମ କରିଛି । ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ବଢ଼ିବ । ଦ୍ରୌପଦୀଙ୍କ ସମ୍ବୋଧନ ପରେ ତାଙ୍କୁ ଭୋଟ ଦେବାକୁ ସମସ୍ତ ନେତାଙ୍କୁ ଅପିଲ କରିଥିଲେି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ND k^^i þ\j~÷cþõ k^^i þ\j~÷cþõ A presidential candidate Droupadi Murmu

 

Leave A Reply

Your email address will not be published.