Latest Odisha News

BREAKING NEWS

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

ନୂଆପଡା: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ନୂଆପଡା ଜିଲ୍ଲା ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆଇନଜୀବୀ ସତ୍ୟ ନାରାୟଣ ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସତ୍ୟଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଆଇନଜୀବୀଙ୍କ ମୁଣ୍ଡ ଏବଂ ମୁହଁରେ ଗୁରୁତର ଆଘାତ ଲାଗିଛି ।

ପରିବାର ଲୋକେ ସତ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଡାକ୍ତର ଖାନା ନେଇ ଚିକିତ୍ସା କରିଥିଲେ । ପରେ ଖଡ଼ିଆଳ ବାର୍ ଆସୋସିଏସନ୍  କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ଖଡ଼ିଆଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଖଡ଼ିଆଳ ଓକିଲ ସଂଘ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଦୁଇ ଅଭିଯୁକ୍ତ ହେଲେ ଖଡ଼ିଆଳ ଛେଳିଆପଡ଼ାର ନୀଳମଣି ନିଆଲ ଓ କୁନ୍ଦନ ନିଆଲ ବୋଲି ଜଣାପଡ଼ିଛି । ଏନେଇ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ଖଡ଼ିଆଳ ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.