Latest Odisha News

BREAKING NEWS

୨ ଲକ୍ଷ ଟଙ୍କା ସହ ଲୁଟେରାକୁ ଗିରଫ କଲା ବୌଦ୍ଧ ପୁଲିସ

ବୌଦ୍ଧ : ବୌଦ୍ଧ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେଉଥିବାର ଅନେକ ଅଭିଯୋଗ ଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ,  ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଯାଇ ଏହିଭଳି  ଟଙ୍କା ଲୁଟ୍‌ ଘଟଣାର ଅଭିଯୋଗ  କରୁଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକ ନିରାଶ ହୋଇ ଫେରୁଥିଲେ  ।  ତେବେ ଅନେକ ଦିନ ପରେ ବୌଦ୍ଧ ପୁଲିସ ଟଙ୍କା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇପାରିଛନ୍ତି ।

ସୂଚନା ମୁତାବକ,  ଅଶୋକ କୁମାର ଅଗ୍ରୱାଲା ନାମକ ଜଣେ ବ୍ୟବସାୟୀ ବୌଦ୍ଧ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଧରିଥିଲେ  । ଜଣେ ବ୍ୟକ୍ତିଙ୍କୁ ଧରିଥିବା ଟଙ୍କାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ ୫୦ ହଜାର ଟଙ୍କା ନିଜ ପକେଟରେ ରଖି ବଳକା ୨ଲକ୍ଷ ୫୦ ହଜାର ଟଙ୍କାକୁ ବ୍ୟାଗ ଭିତରେ କାରରେ ରଖିଥିଲେ ।

ଗାଡିରେ ଟଙ୍କା ବ୍ୟାଗ ସହିତ ତାଙ୍କର ପତ୍ନୀ ଓ ପୁଅ ଝିଅ ମଧ୍ୟ ବସିଥିଲେ । ଏହି ସମୟରେ କଳା ପଲସର ଗାଡିରେ ଦୁଇଜଣ ଯୁବକ ଆସି କାରରୁ ଟଙ୍କା ବ୍ୟାଗକୁ ଟାଣିନେଇ ଫେରାର ହୋଇଯାଇଥିଲେ  । ଏନେଇ ଶ୍ରୀ ଅଗ୍ରୱାଲାଙ୍କ ଥାନା ଅଭିଯୋଗ କରିଥିଲେ  । ବୌଦ୍ଧ ପୁଲିସ ଏହି ଘଟଣାର ତଦନ୍ତ କରି ବ୍ୟବସାୟୀଙ୍କଠାରୁ ହୋଇଥିବା ଟଙ୍କା ଲୁଟ୍‌ ଘଟଣାରେ ଜଣେ ଲୁଟେରାକୁ ଗଂଜାମ ଜିଲ୍ଲା ଆସିକାରୁ  ଧରିବାରେ ସଫଳ ହୋଇଛି  । ବୌଦ୍ଧ ପୁଲିସ ଲୁଟେରାକୁ ଧରିବାରେ ସଫଳ ହେବା ସହିତ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା  ସୂଚନା ମିଳିଛି ।

 

 

 

 

 

Leave A Reply

Your email address will not be published.