Latest Odisha News

BREAKING NEWS

ଚିକିତ୍ସା ନାଁରେ ଲାଞ୍ଚ ନେଇ ନିଲମ୍ବିତ

ମାଲକାନଗିରି: ଖବର ପ୍ରସାରଣ ପରେ ଲାଞ୍ଚୁଆ ବାବୁଙ୍କ ଉପରେ ପଡ଼ିଲା ସରକାରୀ ଛାଟ। ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ ଡାକ୍ତର ଓ ଆଟେଣ୍ଡାଣ୍ଟ । ଗତ ୧୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏପରି ଏକ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆକସନ ମୋଡରେ ଆସିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଘଟଣାର ସମ୍ପୁର୍ଣ୍ଣ ତଦନ୍ତ କରିବା ସହିତ ରୋଗୀଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିବା ଦୁଇ ଜଣ ମେଡିକାଲ ଆଟେଣ୍ଡାଣ୍ଟ ଦେବ ନାୟକ ଓ ଡମ୍ବରୁ ଗରଡାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଏହା ସହ ହାତ ପ୍ଲାଷ୍ଟର କରିବା ରୋଗୀଙ୍କ ଠାରୁ ଦୁଇ ହଜାର ଟଙ୍କା ମାଗିଥିବା ଡାକ୍ତର ନୀଳମାଧବ ରାୟଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହସ୍ପିଟାଲ୍ ନେଇଥିଲେ । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ହାତକୁ ପ୍ଲାଷ୍ଟର କରିବା ପାଇଁ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ପାଇଁ ଡାକ୍ତର ଦୁଇ ହଜାର ଟଙ୍କା ମାଗିଥିବା ବେଳେ ୨୦୦ ଟଙ୍କା ଲାଞ୍ଚ ନେଇଥିଲେ ଡାକ୍ତରଙ୍କ ଆଟେଣ୍ଡାଣ୍ଟ ।

Leave A Reply

Your email address will not be published.