Latest Odisha News

୨ଟି ବିଗ ବଜେଟ ଫିଲ୍ମ ବନ୍ଦ କଲେ କରନ ଜୋହର

ମୁମ୍ବାଇ: କରଣ ଜୋହର ତାଙ୍କର ମେଗା ପ୍ରୋଜେକ୍ଟଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ କରିବାରେ ଲାଗିଛନ୍ତି । ୨୦୨୦ରେ ଐତିହାସିକ ଡ୍ରାମା ତଖତ ବହୁ ଜୋରସୋରରେ ଘୋଷଣା କରିଥିଲେ । ଏବେ ଏହାକୁ ବନ୍ଦ କରି ଦିଆଯାଇଛି । ଏବେ ରିପୋର୍ଟ ମୁତାବକ ସଲମାନ ଖାଁ ଏବଂ କାର୍ତିକ ଆର୍ଯ୍ୟନଙ୍କୁ ନେଇ କରିବାକୁ ଯାଉଥିବା ଫିଲ୍ମକୁ ମଧ୍ୟ କରି ଦେଇଛନ୍ତି । ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶନାରେ ସେ ସଲମାନଙ୍କୁ ନେଇ ଦି ବୁଲ ଫିଲ୍ମ କରିବାକୁ ଯାଉଥିଲେ । ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ସଲମାନ ମଧ୍ୟ ଡେଟ ଦେବାକୁ ମନା କରି ଦେଇଛନ୍ତି ।

ସେ ଏବେ ସିକନ୍ଦର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିପରି କାର୍ତିକଙ୍କ ସହ ଦୋସ୍ତାନା ୨କୁ ମଧ୍ୟ ବନ୍ଦ କରି ଦେଇଛନ୍ତି । ଏହି ଫିଲ୍ମକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଗତ ବର୍ଷ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ଏହି ଫିଲ୍ମ ପ୍ରତି ଉଭୟଙ୍କ ଆଗ୍ରହ ନ ଥିବା ସ୍ପଷ୍ଟ ହୋଇଯାଇଛି ।

Comments are closed.