ଭୁବନେଶ୍ୱର : ସୁଧନ୍ୟା ପ୍ରକାଶନୀ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ଆତ୍ମଜୀବନୀ ଉପନ୍ୟାସ ‘ବିନ୍ଦୁ ବଳୟ’ ଏବଂ ଅନୁବାଦ ପୁସ୍ତକ ‘ବ୍ଲାକ ବ୍ରଦର୍ସ’ ଉନ୍ମୋଚିତ ହୋଇଯାଇଛି ।
ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଲେଖିକା ବନଜ ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମଣିଷ ଜୀବନ କିଭଳି ଘାତ ପ୍ରତିଘାତ ଭିତରେ ଗତିଶୀଳ ସେ ବିଷୟରେ ଆଲୋଚନା କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ କବି ଦେବ ପ୍ରସାଦ ଦାସ ଯୋଗଦେଇ ‘ବ୍ଲାକ ବ୍ରଦର୍ସ’ରେ ଥିବା କ୍ରୀତଦାସ ପରମ୍ପରା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଲଳିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.