Latest Odisha News

ଦେଖନ୍ତୁ: ରାଜଧାନୀରେ ରୋଡ଼-ରୋମିଓଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଛାତ୍ରୀଙ୍କୁ ପିଛା କରିକରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ମାଡ଼ ଖାଇଛନ୍ତି ଜଣେ ଯୁବକ । ଛାତ୍ରୀ ଜଣଙ୍କ ଯୁବକଙ୍କୁ ମାଡ଼ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଜଗନ୍ନାଥ ନଗରରେ ରବିବାର ଜଣେ ବିଟେକ୍‌ ଛାତ୍ରୀ ରାସ୍ତାରେ ଗାଡି ନେଇ ଯାଉଥିବା ବେଳେ ଦୁଇଜଣ ଯୁବକ ତାଙ୍କ ପିଛା କରିବା ସହ ଅଶ୍ଳିଳ ଇଙ୍ଗିତ ମଧ୍ୟ କରୁଥିଲେ ।ଯୁବକ ଦ୍ୱୟ ପିଛା କରୁଥିବା ଦେଖି ଛାତ୍ରୀ ଜଣକ ନିଜ ରାସ୍ତା ମଧ୍ୟ ବଦଳାଇଦେଇଥିଲେ । ଏହା ସତ୍ବେ ମଧ୍ୟ ଯୁବକ ଦୁଇ ଜଣ ତାଙ୍କ ପିଛା କରିବା ଛାଡି ନଥିଲେ । ଶେଷରେ ଛାତ୍ରୀ ଜଣକ ଅତିଷ୍ଟ ହୋଇ ସେମାନଙ୍କୁ ମଜା ଚଖେଇବାକୁ ମନସ୍ଥ କରି ଗାଡିରୁ ଓହ୍ଲାଇ ସେମାନଙ୍କୁ ଅଟକାଇ ଥିଲେ । ଏହାସହ ସେମାନଙ୍କୁ ବହୁତ ଗାଳି ଗୁଲଜ ମଧ୍ୟ କରିଥିଲେ ।

କେବଳ ଏତିକି ନୁହେଁ ଛାତ୍ରୀ ଜଣଙ୍କ ଏକୁଟିଆ ଥିଲେ ମଧ୍ୟ ଡରି ନଯାଇ ସେମାନଙ୍କୁ ଉଚିତ ଜବାବ ଦେଇଥିଲେ । ଉଠବସ କରାଇବା ସହ ଚାପୁଡ଼ା ଉପରେ ଚାପୁଡ଼ା ମଧ୍ୟ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.