Latest Odisha News

BREAKING NEWS

ଭେଲୋରରେ ଦୁଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର

ଭେଲୋର: ଦୁଇ ତୀର୍ଥଯାତ୍ରୀ ବସ ମଧ୍ୟରେ ଦୁର୍ଘଟଣା। ୬୦ ନମ୍ବର ଜାତୀୟ ରାଜପଥ ଭେଲୋର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ବିହାର ଅନ୍ୟଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଭେଲୋର ନିକଟରେ ଦୁର୍ଘଟଣା ଘଟିଛି। ଦୁଇଟି ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ରହିଛି। ତେବେ କେହି ମୃତାହତ ହୋଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ସକାଳ ସମୟରେ ଆଖି ଲାଗିଯିବାରୁ ବସର ଡ୍ରାଇଭର ଭାରସାମ୍ୟ ହରାଇବାରୁ ଦୁଇ ବସ ମଧ୍ୟରେ ଦୁର୍ଘଟଣା ହୋଇଛି।

Leave A Reply

Your email address will not be published.