Latest Odisha News

BREAKING NEWS

ଭୋଜି ଖାଇ ଫେରୁଥିବା ବେଳେ ବୁଡିଲା ଡଙ୍ଗା, ଦୁଇ ନାବାଳକ ନିଖୋଜ

ମଲକାନଗିରି: ବାହାଘର ଭୋଡି ଖାଇ ଫେରୁଥିବା ବେଳେ ଅଘଟଣ। ମଝି କେନାଲ୍‌ରେ ବୁଡ଼ିଲା ଡଙ୍ଗା। ପାଣିରେ ବୁଡ଼ି ଦୁଇ ନାବାଳକ ନିଖୋଜ। ମାଲକାନଜିଲ୍ଲା ଖିଇରପୁଟ ବ୍ଳକ ଦେଇ ଯାଇଥିବା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଏଭଳି ଦୁର୍ଘଟଣା ଘଟିଛି। ଜଳଭଣ୍ଡାରରେ ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି।ଗତକାଲି ସିନ୍ଧିଗୁଡ଼ା ଗାଁ ନିକଟରେ ଏହି ଘଟଣା ଘଟିଛି। ଦୁଇ ନିଖୋଜ ନାବାଳକ ହେଲେ ଦିଣ୍ଡିଗୁଡ଼ା ଗାଁର ସଞ୍ଜିତ ଖିଡ଼ଙ୍ଗି (୧୫) ଓ ବଳରାମ ଖିଡ଼ିଙ୍ଗି (୧୪)।

ମିଳିଥିବା ସୂଚନା ଅନୁସାରେ, ସଞ୍ଜିତ ଓ ବଳରାମ ଆଉ ତିନି ସାଙ୍ଗଙ୍କ ସହ ମିଶି ଗତକାଲି ଅପରାହ୍ନରେ ବାହାଘର ଭୋଜି ଖାଇବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ଏକ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ପାର ହୋଇ ସେମାନେ ଆନ୍ଧ୍ର ପ୍ରଦେଶର ପାଡ଼ାଲପୁଟ ଗାଁରେ ପହଞ୍ଚିଥିଲେ। ଭୋଜି ଖାଇସାରି ସେମାନେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱରେ ଥିବା କେନାଲ ଦେଇ ଡଙ୍ଗାରେ ଫେରୁଥି ବେଳେ ଦୁର୍ଘଟଣା ଘଟିଥିଲା। ପବନ ବହିବା ସହ ପାଣିର ସ୍ରୋତ ମଧ୍ୟ ପ୍ରଖର ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଡଙ୍ଗାରେ ଥିବା ୫ ସାଙ୍ଗ ପାଣିରେ ବୁଡ଼ିଯାଇଥିଲେ। ୫ ଜଣଙ୍କ ମଧ୍ୟରୁ ତିନି ପହଁରି ପହଁରି କୂଳକୁ ଚାଲି ଆସିଥିଲେ ବି ସଞ୍ଜିତ ଓ ବଳରାମ ବୁଡ଼ି ଯାଇଥିଲେ। ୩ ସାଙ୍ଗ ସିନ୍ଧିଗୁଡ଼ା ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ। ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଗତକାଲି ବିଳମ୍ବିତ ରାତିରୁ ଏଯାଏ ସର୍ଚ୍ଚ ଅପରେସନ ଜାରି ରହିଛି। ମୁଡ଼ୁଲିପଡ଼ା ପୁଲିସ ଘଟଣାସ୍ଥଳରେ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.