Latest Odisha News

BREAKING NEWS

ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯାଅ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ନିଖୋଜଙ୍କ ସମ୍ପର୍କୀୟଙ୍କ ସେମାନଙ୍କ ପରିବାର ଲୋକଙ୍କୁ ଖୋଜି ଖୋଜି ନଆନ୍ତ ହେଉଛନ୍ତି। କେଉଁ ଡାକ୍ତରଖାନାରେ ତାଙ୍କ ସମ୍ପର୍କୀୟ ରହିଛନ୍ତି ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ରାଜଧାନୀର ବିଭିନ୍ନ ହସ୍‌ପିଟାଲ୍‌ରେ ସମ୍ପର୍କୀୟଙ୍କ ଭିଡ଼ ଜମୁଛି।

ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଯିବାକୁ ପୂର୍ବତଟ ରେଳପଥ ସୂଚନା ଦେଇଛି।

କାରଣ ଲୋକେ ହନ୍ତସନ୍ତ ହେଉଥିବାରୁ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌, ସମ୍‌, କିମ୍ସ, ହାଇଟେକ୍‌ ଓ ଆମ୍ରି ହସ୍ପିଟାଲ୍‌ରେ ଥିବା ୩୯ ମୃତଦେହକୁ ଗତକାଲି ଏମ୍ସ ସ୍ଥାନାନ୍ତର କରାଯାଇଛି। ଡାକ୍ତର, ହସ୍ପିଟାଲ୍‌ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚିଛି।

୧୬୨ଟି ମୃତଦେହ ମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି। ତେବେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି। ତେଣୁ ସମସ୍ତ ମୃତଦେହ ଗୋଟିଏ ସ୍ଥାନରେ ରଖିଲେ ସମ୍ପର୍କୀୟଙ୍କୁ ଶବ ଚିହ୍ନଟ ପାଇଁ ସମସ୍ୟା ହେବ ନାହିଁ ବୋଲି ପୂର୍ବତଟ ରେଳପଥ କହିଛି।

Leave A Reply

Your email address will not be published.