Latest Odisha News

BREAKING NEWS

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ସୁଧାର ଆଣିବା ପାଇଁ ଏପରି ହସ୍ପିଟାଲ ନିର୍ମାଣ କରିବା ପାଇଁ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ବେଡ୍ ନିର୍ମାଣ କରାଯିବ।

୬୪୦୦୦ କୋଟି ଟଙ୍କା ବିନିମୟରେ ଏହି ହସ୍ପିଟାଲ କରାଯିବ ବୋଲି ମାଣ୍ଡଭିୟା କହିଛନ୍ତି ।ଏହି ହସ୍ପିଟାଲ ଦିଲ୍ଲୀ ଓ ଚେନ୍ନାଇରେ ସ୍ଥାପନ କରାଯିବ। ଜରୁରୀକାଳିନ ପରିସ୍ଥିତିରେ ଏହି ହସ୍ପିଟାଲକୁ ଏରୋପ୍ଲେନ କିମ୍ବା ଟ୍ରେନ ଜରିଆରେ କୌଣସି ସ୍ଥାନକୁ ବି ନେଇଯାଇହେବ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଅବସରଞ୍ଚନା ମିଶନ ଆରମ୍ଭ ମଧ୍ୟ କରାଯାଇଛି।

Comments are closed.