Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର/ଝାରସୁଗୁଡା: ଗଞ୍ଜାମ ଓ ଝାରସୁଗୁଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶନିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ବ୍ରହ୍ମପୁର ସହରର ଗୋଷାଁଣୀନୂଆଗାଁ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ୍ ରୋଡରେ । ଏହି ରୋଡରେ କୋକେ ଓ ତାର ସହଯୋଗୀ ଥିବା ନେଇ ଖବର ପାଇ ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଚଢାଉ କରିଥିଲା । ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲା । ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିବା ବେଳେ ଅପରାଧିର ବାମ ବାମ ଗୋଡରେ ଗୁଳି ବାଜିଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ ଓ କଲେଜରେ ଭର୍ତ୍ତି କରାଯାଇଛି ।

ଏହି ଏନକାଉଣ୍ଟରରେ ଆହତ ହୋଇଥିବା ଅପରାଧି ଜଣକ ସୁଶାନ୍ତ ବେହେରା ଓରଫ୍ କୋକୋ ବୋଲି ଜଣାପଡିଛି ।

ଏପରିକି କୋକୋ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ବୋମାମାଡ ଓ ଡକାୟତି ଭଳି ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

ସେହିପରି ବ୍ରଜରାଜନଗର ଅଞ୍ଚଳରେ ଝାରସୁଗୁଡା ପୋଲିସର ଏନକାଉଣ୍ଟରରେ ଅନ୍ୟ ଜଣେ କୁଖ୍ୟାତ ଅପରାଧି ବିନୋଦ ପ୍ରସାଦ ଗୁରୁତର ଆହତ ହୋଇଛି । ତା’ର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି ।

ପୋଲିସ ତା’କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବିନୋଦ ଝାରସୁଗୁଡାର କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ ହୋଇଥିବା ବେେ ତା’ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.