Latest Odisha News

BREAKING NEWS

ଥମିନି ମାଓ ବର୍ବରତା, ୨ ସିଆରପିଏଫ ଯବାନଙ୍କୁ ନିର୍ମମ ହତ୍ୟା !

ମାଲକାନଗିରି: ସୁକ୍‌ମା ଜିଲ୍ଲାରେ ଚାଂଚଲ୍ୟ ଖେଳାଇଲେ ମାଓବାଦୀ । ରାସ୍ତାରେ ମିଳିଲା ଦୁଇ ସିଆରପିଏଫ୍ ଯବାନଙ୍କ ମୃତ ଶରୀର । ମିଳିଥିବା ସୂଚନା ଅନୁଯାୟୀ ମାଓବାଦୀଙ୍କ ଅତ୍ୟଧିକ ଉପଦ୍ରବ ଯୋଗୁଁ ସୁକମା ଭେଜି ଅଂଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ସେହି କ୍ୟାମ୍ପଠାରୁ ମାତ୍ର ୩୦୦ ମିଟର ଦୂରରେ ଦୁଇ ଯବାନଙ୍କୁ ଗଳାକାଟି ହତ୍ୟା କରାଯାଇଛି ।

ଜଣେ ହେଡ୍ କନେଷ୍ଟବଳ ଓ ଜଣେ କନେଷ୍ଟବଳଙ୍କ ନିର୍ମମ ହତ୍ୟାକାଣ୍ଡକୁ ନେଇ ସୁକମା ପୋଲିସ ତଦନ୍ତ ଆରମ୍ଭ କରିଛି । ମାଓ ଇଲାକାରେ ହତ୍ୟାକାଣ୍ଡ ଘଟିଥିବାରୁ ଘଟଣାସ୍ଥଳରେ ଡିଆରଜି ଓ ସିଆରପିଏଫ୍ ବାହିନୀକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସୁକମା ଏସ୍‌ପି କେ.ଏଲ୍ ଧ୍ରୁବ ।

Leave A Reply

Your email address will not be published.