ରାଉରକେଲା: ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗଙ୍ଗପୁର ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ ଓ ୯ ତାରିଖରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି ।
ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡି ଚଳାଚଳ ଆଦି ଉପରେ ନିସିଦ୍ଧାଦେଶ ଜାରି ହୋଇଛି ।
କୌଣସି ବ୍ୟକ୍ତି ଏହି ସଟଡାଉନ କଟକଣାର ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି।
Comments are closed.