Latest Odisha News

BREAKING NEWS

୨୧ ଦିନରେ ଦେଶରେ ୧୦ ଲକ୍ଷ କରୋନା ପଜିଟିଭ୍

ଭୁବନେଶ୍ୱର: ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇରେ ଦେଶରେ ୧୦ ଲକ୍ଷ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ମହାରାଷ୍ଟ୍ର, ତାମିଲନାଡୁରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ଏବେ ବେକାବୁ ହେଲାଣି କରୋନା । ତିନି ସପ୍ତାହ ଭିତରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ ୨୦ ଲକ୍ଷ ଛୁଇଁଗଲା ।

ଜୁଲାଇ ୧୬ ତାରିଖରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିଲା । ଶେଷ ଦଶ ଲକ୍ଷ ଆକ୍ରାନ୍ତ ମାତ୍ର ୨୧ ଦିନରେ ବାହାରିଛନ୍ତି । କେବଳ ୪୨ ପ୍ରତିଶତ ନୂଆ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାର ନୂଆ ହଟସ୍ପଟ୍ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ।

ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ କରୋନା ପ୍ରଭାବିତ ଦେଶ ଭାରତ । ଆମେରିକାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୪୯ ଲକ୍ଷ ୯୩ ହଜାର ୫୦୮ ରହିଛି । ବ୍ରାଜିଲରେ ୨୮ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

ମୃତ୍ୟୁସଂଖ୍ୟାରେ ବିଶ୍ୱରେ ଭଲ ସ୍ଥିତିରେ ରହିଛି ଭାରତ । ଦେଶରେ କରୋନା ନେଇଛି ୪୧ ହଜାରରୁ ଅଧିକ ମୁଣ୍ଡ । ମୃତ୍ୟୁହାର ରହିଛି ୨.୦୬% । ଯେଉଁଠି ଆମେରିକାରେ ମୃତ୍ୟୁହାର ୫.୭୨% ଓ ବ୍ରାଜିଲରେ ମୃତ୍ୟୁହାର ରହିଛି ୩.୮୧% ରହିଛି ।

Leave A Reply

Your email address will not be published.