ପାରାଦୀପ: ବଙ୍ଗୋପସାଗରରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରଭ୍ୟାସ । ଏଥିରେ ସାମିଲ୍ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା । ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ସମରାଭ୍ୟାସ କରାଯାଉଛି ।
ସୂଚନାଯୋଗ୍ୟ, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଏହି ୱାର୍ ଗେମ୍ ହୋଇଥାଏ । ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ନୌସେନା ସହିତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ବନବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି ।
ଏହି ସମରାଭ୍ୟାସରେ ସୁରକ୍ଷା କର୍ମୀଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଟିମ ବ୍ଲୁ ଓ ଅନ୍ୟ ଟିମକୁ ରେଡ୍ ଟିମ୍ ଭାବେ ଗଠନ କରାଯାଇଛି । ରେଡ ଟିମ୍ ସମୁଦ୍ର ପଥ ଦେଇ ଉପକୂଳରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବାବେଳେ, ସ୍ଥଳ ଭାଗରେ ବ୍ଲୁ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହି ଏହି ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରୁଛନ୍ତି ।
ସେହିପରି, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ନୂଆଗଡ଼, କାଳିଆକଣ, ସହନ ସୁଦିକେଶର, ଗୁଣ୍ଡଳବାରେ ନୌସେନା ଓ ପୋଲିସ ରଣକୌଶଳ ପ୍ରଦର୍ଶନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ନୌସେନା ସହିତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ଅସ୍ତରଙ୍ଗ ପୋଲିସ ଓ ବିଭିନ୍ନ ଥାନାର କର୍ମଚାରୀ। ବ୍ଲୁ ଓ ରେଡ ୨ ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି ।
Comments are closed.