ପାରାଦୀପ: ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସମୁଦ୍ର ଉପକୂଳରେ ସୁରକ୍ଷା କଡାକଡି ବାହ୍ୟଶତ୍ରୁ ମୁକାବିଲାରେ ସବୁ ବିଭାଗରେ ସମନ୍ୱୟ ରକ୍ଷା ନେଇ ମିଳିତ ସମରାଭ୍ୟାସ କରାଯାଉଛି ।

‘ସି ଭିଜିଲ’ ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦ୍ୱୀପ ବନ୍ଦର, ସିଆଇଏସଫ, ଓଡ଼ିଶା ପୋଲିସ, ମେରାଇନ୍ ପୋଲିସ୍, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୬ଟି ବିଭାଗ ସାମିଲ ହୋଇଛନ୍ତି । ରେଡ ଟିମ ଓ ବ୍ଲୁ ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଆତଙ୍କବାଦୀ ବେଶରେ ସ୍ଥଳଭାଗରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଏବଂ ଅନ୍ୟ ଟିମ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ।

ପ୍ରଥମ ଥର ପାଇଁ ଏହା ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବରେ ଆୟୋଜିତ ହେଉଛି । ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ସାଗର କବଚ ଅନୁଷ୍ଠିତ ହେବାର ଦୁଇମାସ ପରେ ପୁଣି ଏକ ସମରାଭ୍ୟାସର ଆୟୋଜନ କରାଯାଇଛି ।
BREAKING NEWS
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
Comments are closed.