Latest Odisha News

ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ: ୨ ମୃତ, ଜଣେ ଗୁରୁତର

କୋଣାର୍କ: ଦୃତ ଗତିରେ ବାଇକ୍ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବିଳମ୍ବିତ ରାତିରେ କୋଣାର୍କ-କାକଟପୁର ରାସ୍ତା କୋଣାର୍କ ଥାନା ଅର୍ନ୍ତଗତ ବଢେଇ ଛକରେ ଘଟିଛି ଏଭଳି ଦୁର୍ଘଟଣା।

ସୂଚନା ମୁତାବକ, ଚାରିଛକ ଦଣ୍ଡିକିରାର ଜୟପ୍ରକାଶ ସାହୁ, ସାଗର ମଲ୍ଲିକ, ଦୀପକ ମଲ୍ଲିକ ତିନି ଜଣ ସାଥି ହୋଇ ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ବାଇକ୍‌ରେ କୋଣାର୍କରୁ ଘରକୁ ଫେରୁଥିଲେ। ବଢେଇ ଛକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକ୍‌ଟି ମଣ୍ଡପରେ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କୋଣାର୍କ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଯାଇଥିବା ପୋଲିସ ସୂଚନା ଦେଇଛି।

Comments are closed.