Latest Odisha News

ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତଦେହ ଉଦ୍ଧାର ହୋଇଛି। ୨ ମୃତଦେହ ଉଦ୍ଧାର ନେଇ ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତ।

ବଲାଙ୍ଗିର ଟାଉନ ଥାନା ହାତୀଶାଳପଡାର ୨୪ ବର୍ଷ ବୟସ୍କ ଉମେଶ ପାଣ୍ଡେ ଏବଂ ୨୫ ବର୍ଷ ବୟସ୍କ କୁନୁ ବନଛୋର ପେଟପଟଣା ପାଇଁ ଗତ ୧ ତାରିଖରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ଚେନ୍ନାଇ ନିକଟସ୍ଥ ଏକ ରେଲୱେ ଷ୍ଟେସନରୁ ରେଲୱେ ପୋଲିସ ଫୋନ୍ କରି ପରିବାର ଲୋକଙ୍କୁ ଦୁଇଟି ଶବ ଉଦ୍ଧାର ହୋଇଥିବା କହିଥିଲେ।

ଆଧାରକାର୍ଡ଼ ଓ ଫଟୋରୁ ପରିଚୟ ଜଣାପଡିଲା, ସେମାନେ ବଲାଙ୍ଗୀରର ଯୁବକ ବୋଲି। ସେଠି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ନିକଟରେ ଶ୍ରମ ବିଭାଗର ଅଧିକାରୀ ପହଞ୍ଚି ନାହାଁନ୍ତି।

Comments are closed.