ନୂଆଦିଲ୍ଲୀ: ନୂଆଦିଲ୍ଲୀର ବେର ସରାଇ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ଟ୍ରାଫିକ ପୋଲିସ କାରର ବୋନେଟରେ ଝୁଲୁଥିବାର ନଜର ଆସିଛନ୍ତି ଏବଂ କାର ଚାଳକ ଦ୍ରୁତ ଗତିରେ ଗାଡି ଚଳାଇ ସେମାନଙ୍କୁ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି।
ଏହି ଘଟଣା ଶନିବାର ରାତି ପ୍ରାୟ ୭ଟା ୩୦ମି.ସମୟରେ ଘଟିଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏକ ମାରୁତି ସୁଜୁକି ଫ୍ରଣ୍ଟ କାର ଟ୍ରାଫିକ ସିଗନାଲ ଭାଙ୍ଗି ଯାଉଥିବାର ଦେଖାଯାଇଥିଲା। ଯେତେବେଳେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ କାର ଅଟକାଇବା ପରିବର୍ତ୍ତେ ଦ୍ରୁତ ଗତିରେ ଟ୍ରାଫିକ ପୋଲିସଙ୍କୁ ଧକ୍କା ଦେଇଥିଲା।
ପୋଲିସର ସୂଚନା ଅନୁଯାୟୀ, କାରଟି ପ୍ରାୟ ୨୦ ମିନିଟ ଯାଏଁ ସେମାନଙ୍କୁ ଧରି ଚାଲିଥିଲା ବେଳେ ଟ୍ରାଫିକ ପୋଲିସ ବୋନେଟରେ ଝୁଲୁଥିବା ନଜର ଆସିଥିଲା। ପରବର୍ତ୍ତୀ ସମୟରେ କାର ଚାଳକ ବ୍ୟାକ ଗିଅର କରି ସେମାନଙ୍କୁ ତଳେ ପକାଇ ଦେଇ ଫେରାର ହୋଇଯାଇଥିଲା।
Comments are closed.