Latest Odisha News

BREAKING NEWS

ପାକିସ୍ତାନ ସମର୍ଥନରେ ସ୍ଲୋଗାନ୍ ଦେଇ ଓଡ଼ିଶାରେ ୨ ଅଟକ

କେନ୍ଦୁଝର: ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା ଅଭିଯୋଗରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦଳର ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ବୁଧବାର ଦିନ ପୁଲିସ ଅଟକ ରଖିଛି । କେନ୍ଦୁଝରରେ ନାଗରିକତା ସଂଶୋଧନ ଆଇନ(ସିଏଏ), ନାଗରିକଙ୍କ ଜାତୀୟ ପଂଜିକରଣ(ଏନଆରସି) ଓ ଜାତୀୟ ଜନସଂଖ୍ୟା ପଂଜିକରଣ(ଏନପିଆର)କୁ ବିରୋଧ କରି ୧୨ ଘଣ୍ଟିଆ ପ୍ରତିବାଦ ଜଣାଇବା ସମୟରେ ଏଭଳି ଦେଶ ବିରୋଧୀ ନାରା ଲଗାଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ରାଲି ସମୟରେ ବହୁଜନ କ୍ରାନ୍ତି ମୋର୍ଚ୍ଚାର କିଛି କାର୍ଯ୍ୟକର୍ତ୍ତାଙ୍କ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରି ବିଜେପି ଟାଉନ ଥାନାରେ ଏତଲା ଦାଏର କରିଛି ।

ଗଣମାଧ୍ୟମକୁ ସୂଚନା ଦେବା ସମୟରେ ସଦର ଏସଡିପିଓ ଜେମ୍ସ ଟୋପ୍ପୋ କହିଛନ୍ତି, “ଟାଉନ ଥାନାର ଆଇଆଇସିଙ୍କୁ ଏ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ତାଙ୍କ ବିରୋଧଷର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

ରାଉରକେଲାର ବିଶ୍ରା ଛକରେ ଧାରଣା ଦେବା ଓ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଯାନବାହାନକୁ ଅଟକାଇବା ଅଭିଯୋଗରେ ବହୁଜନ କ୍ରାନ୍ତି ମୋର୍ଚ୍ଚାର ୩୬ କାର୍ଯ୍ୟକର୍ତ୍ତାଙ୍କୁ ଇସ୍ପାତ ଥାନା ଅଧିକାରୀ ଅଟକ ରଖିଛନ୍ତି ।

ରାଉରକଲୋରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଥିବାବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେଭଳି ବଲାଙ୍ଗୀର ଜିଲ୍ଲାର ଅଳ୍ପସଂଖ୍ୟକ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ସମିତି କଂଟାବାଞ୍ଜି ସହାରରେ ପ୍ରତିବାଦ ରାଲି କରିଥିବାବେଳେ ସୋନପୁର ସହରର ବିଭିନ୍ନ ଅଂଚଳରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭୀମ ଦଳ ଧାରଣା ପ୍ରଦର୍ଶନ କରିଥିଲେ ।

ସିଏଏ ଓ ଏନଆରସିକୁ ବିରୋଧ କରି ସର୍ବଭାରତୀୟ ମୁସଲିମ ପର୍ସନାଲ ଲ’ ବୋର୍ଡର ମୌଲାନା ସଜ୍ଜାଦ ନୋମାନୀ ଭାରତ ବନ୍ଦ ଡାକରା ଦେଇଥିଲେ ।

Leave A Reply

Your email address will not be published.