Latest Odisha News

BREAKING NEWS

ତପ୍ତପାଣି ବସ୍ ଦୁର୍ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟରେ ବୁଧବାର ଦିନ ହୋଇଥିବା ସଡକ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ଏହାର ରିପୋର୍ଟକୁ ରିଜିଓନାଲ୍ ଟ୍ରାନ୍ସପୋର୍ଟ ଅଫିସର (ଆରଟିଓ) ଏବଂ ମୋଟର ଭେହିକିଲ୍ ଇନ୍ସପେକ୍ଟର(ଏମଭିଆଇ) ଯାଞ୍ଚ କରିବ ।

ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି କହିଛନ୍ତି ମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ, ଏକ ଯାତ୍ରୀବାହୀ ବସ୍ ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି କାରଣବଶତଃ ଡ୍ରାଇଭର ଗାଡିର ଭାରସାମ୍ୟ ହରାଇବାରୁ ଏହା ବ୍ରିଜ୍ ତଳକୁ ଖସିପଡିଥିଲା । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.