Latest Odisha News

BREAKING NEWS

ସମ୍ବଲପୁର କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ ଜଣ ଆଜି ଭୋରରୁ ଶୗଚ ପାଇଁ ଯାଉଥିବାବେଳେ ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ଏହି ଦୁର୍ଘଟଣା  ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି  ।  ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.