Latest Odisha News

BREAKING NEWS

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର ସୁଜିତ୍ ପ୍ରଧାନ ଓ ଦୀପକ ବେହେରାଙ୍କ ମୃତ୍ୟୁ ହୋଇଛି । ସୁଜିତ୍ ଓ ଦୀପକ ରାତି ୩ଟା ସମୟରେ ବାଇକରେ ଅନୁଗୁଳ ଆଡ଼କୁ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କର ମୋଟରସାଇକେଲରେ ରାତି ପ୍ରାୟ 3 ଟା ବେଳେ ଅନୁଗୁଳ ଆଡକୁ ଆସୁଥିବା ବେଳେ ଏକ ଟ୍ରକ ସହ ଧକା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.