Latest Odisha News

BREAKING NEWS

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ ତୁରନ୍ତ ଜମା ରାଶି ଉଠାଇ ନିଅନ୍ତୁ ।

ଅଗଷ୍ଟ ମାସରେ ଆରବିଆଇ ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ଲାଇସେନ୍ସ ବାତିଲ୍ ପାଇଁ ନିଷ୍ପତ୍ତି ନେଇଥିଲା । ଏବେ ଆସନ୍ତା ୨୨ ତାରିଖରୁ ଏହି ବ୍ୟାଙ୍କର ବ୍ୟାଙ୍କିଂ ସେବା ବନ୍ଦ ହୋଇଯିବ । ୨୨ ତାରିଖ ପରେ ଗ୍ରାହକ ଆଉ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ନାହିଁ । ଏପରିକି ବ୍ୟାଙ୍କର ଆର୍ଥିକ ସ୍ଥିତି ବେଶ୍ ଦୁର୍ବଳ ଥିବାବେଳେ ପାଖରେ ଜମା ନାହିଁ ।

ଏହି ବ୍ୟାଙ୍କରେ ଯେଉଁ ଗ୍ରାହକଙ୍କ ଜମା ରହିଛି ସେମାନଙ୍କୁ ୫ ଲକ୍ଷ ଟଙ୍କା ଯାଏ ଜମା ଉପରେ ବୀମା ଲାଭ ମିଳିବ । ଏହି ବୀମା DICGC ପକ୍ଷରୁ ଦିଆଯିବ । ତେବେ ୫ ଲକ୍ଷରୁ ଅଧିକ ଟଙ୍କା ଜମା ଥିଲେ ପୂରା ରାଶି ମିଳିବ ନାହିଁ ।

Leave A Reply

Your email address will not be published.