Latest Odisha News

BREAKING NEWS

ପାଣିରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର: ପାଣିରେ ବୁଡ଼ି ଦୁଇ ନାବାଳକ ମୃତ । ଫୁଲ ତୋଳିବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇ ଦୁଇ ଜଣ ନାବାଳକଙ୍କ ସଲିଳ ସମାଧି । ଏହି ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆରେ । ମୃତ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୁତି ଜେନା ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା ବୋଲି ଜଣାପଡିଛି ।

ତାଙ୍କ ସହିତ ଯାଇଥିବା ଅନ୍ୟ ଜଣେ ନାବାଳକକୁ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁଇ ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.