Latest Odisha News

କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ

କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

ଆଜି ସନ୍ଧ୍ୟା ସମୟରେ ମଧୁପାଟଣା ଛକରେ ଅଟୋ ଚାଳକ ଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅଟୋ ପାର୍କିଂକୁ ନେଇ ଚାଳକଙ୍କ ସହିତ ସେମାନେ ଯୁକ୍ତିତର୍କ ମଧ୍ୟ କରିଥିଲେ। ଏହାପରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ବେକକୁ କାଟି ଦେଇଥିଲେ। ଚିତ୍କାର ଶୁଣି ଅଟୋ ଚାଳକମାନେ ଆସିବାରୁ ଦୁଇ ମଦୁଆ ସେଠାରୁ ଖସି ଚାଲିଯାଇଥିଲେ । ସିଟି ହସ୍ପିଟାଲ୍‌ରେ ଆହତ ଚାଳକଙ୍କ ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ମଧୁପାଟଣା ଥାନା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁଇ ମଦ୍ୟପ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.