Latest Odisha News

BREAKING NEWS

ନିଶାରେ ଛୋଟ କୁକୁର ଛୁଆର କାନ, ଲାଞ୍ଜ ଖାଇଦେଲେ

ବରେଲୀ: ନିଶା କଣ ବା ନ କରିପାରେ ? ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗମାନଙ୍କ ସହ ମଦ ପିଉଥିବା ମୁକେଶ ବାଲ୍ମିକୀ ଚାଖଣ ନ ଥିବାରୁ ରାଗି ଯାଇଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାଲ୍ମିକୀ ଖେଳୁଥିବା ୨ଟି କୁକୁର ଛୁଆଙ୍କୁ ଧରି ଆଣିଥିଲେ । ପ୍ରଥମେ ସାଙ୍ଗମାନେ କିଛି ବୁଝି ପାରି ନ ଥିଲେ । ମାତ୍ର ବାଲ୍ମିକୀ ଯେତେବେଳେ ଗୋଟିଏ କୁକୁର କାନ ଏବଂ ଅନ୍ୟ ଜଣଙ୍କ ଲାଞ୍ଜ କାଟି ଚାଖଣା କଲା ତାହା ସେମାନଙ୍କୁ ଚକିତ ଏବଂ ଭୟଭୀତ କରାଇ ଦେଇଥିଲା । କୁକୁର ଛୁଆଙ୍କ କରୁଣ ଚିତ୍କାର ଖଣ୍ଡମଣ୍ଡଳ କମ୍ପାଇ ଦେଇଥିଲା । ଅନ୍ୟ ସାଙ୍ଗମାନେ ସେଠାରୁ ଯିବା ପରେ ବାଲ୍ମିକୀ କୁକୁର ଛୁଆଙ୍କୁ ଦୁଆର ବନ୍ଦ କରି ରଖିଥିଲା । ଏହି ଘଟଣା ଦେଖି ଜଣେ ଯୁବକ ଏକ ପଶୁ ସୁରକ୍ଷା ସଂଗଠନକୁ ଫୋନ କରିଥିଲେ ।

ସେମାନେ ସେଠାରେ ପଂହଚି କୁକୁର ଛୁଆଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ଏବେ ସେମାନେ ବିପଦମୁକ୍ତ ଅଛନ୍ତି । ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ମୁକେଶଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବରେଲୀରେ ବାରମ୍ବାର ପଶୁଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଖବର ହସ୍ତଗତ ହେଉଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଦେଶରେ ଚାଂଚଲ୍ୟ ଖେଳିଯାଇଛି ।

Comments are closed.