Latest Odisha News

BREAKING NEWS

ଅକ୍ଷୟ, କାର୍ତିକଙ୍କୁ ନେଇ ଅଡୁଆରେ ମେକର୍ସ, ହେରାଫେରୀ ୩ ପାଇଁ ଲକ କଲେ ୨ଟି ସ୍କ୍ରିପ୍ଟ

ମୁମ୍ବାଇ: ହେରାଫେରୀ ୩ ଫିଲ୍ମ ଆରମ୍ଭରୁ ଚର୍ଚ୍ଚାର କାରଣ ସାଜିଛି । ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲା ବର୍ତମାନେ ଏହି ଫିଲ୍ମ ପାଇଁ ୨ଟି ସ୍କ୍ରିପ୍ଟ ଲକ କରିଛନ୍ତି । ଅକ୍ଷୟ କୁମାର ଏବଂ କାର୍ତିକ ଆର୍ଯ୍ୟନଙ୍କୁ ନେଇ ଏହି ବିବାଦ ଉପୁଜିବାରୁ ମେକର୍ସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁଲ ଭୁଲୈୟା ସିକ୍ୱେଲ ପରେ କାର୍ତିକଙ୍କ ଚାହିଦା ଆହୁରି ବଢ଼ିଯାଇଛି । ସେଥିପାଇଁ ମେକର୍ସଙ୍କ ସେ ପ୍ରଥମ ପସନ୍ଦ ସାଜିଥିଲେ । ହେରାଫେରୀରେ ଅକ୍ଷୟ କୁମାରଙ୍କ ଭୂମିକାକୁ ଦର୍ଶକ ଭଲ ପାଇଥିଲେ । ଏବେ ତାଙ୍କ ବିନା ସେମାନେ ହେରାଫେରୀ ୩କୁ ଗ୍ରହଣ କରିବେ କି ନାହିଁ ସେ ନେଇ ଶଙ୍କା ସୃଷ୍ଟି ହେଉଛି ।

ଖୁବ ଶୀଘ୍ର ଏହାର ହୀରୋ କିଏ ହେବ ସେ ନେଇ ଖୁଲାସା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅକ୍ଷୟ ଏବଂ ଫିରୋଜଙ୍କ ମଧ୍ୟରେ ଅବଶ୍ୟ ଏହି ଫିଲ୍ମ ନେଇ ବାରମ୍ବାର ଆଲୋଚନା ହେଉଥିବା ଖବର ପ୍ରକାଶ ପାଇଛି । ମେକର୍ସ ଆବଶ୍ୟକ ପଡିଲେ ଉଭୟ ଅକ୍ଷୟ ଏବଂ କାର୍ତିକଙ୍କୁ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.