Latest Odisha News

BREAKING NEWS

ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

କଟକ/ଦେଓଗଡ : କଟକ ଓ ଦେଓଗଡ ଜିଲ୍ଲାର ୨ ହାତୀ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ଫରେଷ୍ଟ ଡିଭିଜନର ଅଧିକାରୀ ଗୁରୁବାର ଦିନ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ହରିଣ ଶିଙ୍ଗ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବନ ଅଧିକାରୀ କହିଛନ୍ତି “ ଗିରଫ ଅଭିଯୁକ୍ତ ମାତିଆ ସ୍ୱାଇଁ ଆଠଗଡ ଫରେଷ୍ଟ ରେଞ୍ଜ ହାତୀ ଶିକାର ଘଟଣାରେ ସମ୍ପୃକ୍ତ ରହିଥିଲା । ଏଥିସହିତ ବଡମ୍ବା ଓ ନରସିଂହପୁର ଫରେଷ୍ଟ ରେଞ୍ଜରେ ମଧ୍ୟ ହାତୀ ଶିକାର କରିଥିଲା” ।

ବନବିଭାଗ ସୁତ୍ରରୁ ପ୍ରକାଶ ଯେ ଅଭିଯୁକ୍ତକୁ ଜେରା କରିବା ସମୟରେ ଆଠଗଡ, ବଡମ୍ବା ଓ ନରସିଂହପୁର ଫରେଷ୍ଟ ରେଞ୍ଜରେ ତାର ସାଥିମାନେ ହାତୀ ଶିକାର କରୁଥିଲେ । ଏଥିସହିତ ମୂଲ୍ୟବାନ ହାତୀ ଦାନ୍ତ ଗୁଡିକୁ ପ୍ରାୟ ୫୦ ହଜାରରୁ ୧ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ବୋଲି ଅଭିଯୁକ୍ତ ଜଣଙ୍କ ପ୍ରକାଶ କରିଛି ।

ଆହୁରି ମଧ୍ୟ ବନ ଅଧିକାରୀଙ୍କ କହିବାନୁଯାୟୀ ହାତୀକୁ ମାରିବା ପରେ ଅଭିଯୁକ୍ତ ଓ ତାର ସହଯୋଗୀ ଜଣଙ୍କ ତାର ଶୁଣ୍ଢ ଭାଙ୍ଗି ମୂଲ୍ୟବାନ ଦାନ୍ତ ଗୁଡିକୁ କାଢିନେଇଥାନ୍ତି ।

Leave A Reply

Your email address will not be published.