Latest Odisha News

BREAKING NEWS

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର ପୋଚେଫ୍ରଷ୍ଟ୍ରୁମରେ ୫ ଡିସେମ୍ବରରୁ ୧୬ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ୧୬ ଟିମକୁ ନେଇ ଆୟୋଜିତ ହେବ ।

BjdElectrycity

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ୪ର୍ଥ ସ୍ଥାନରେ ରହିଥିବା ଭାରତୀୟ ଦଳରେ ଲାଲରେମସିଆମି ଓ ଈଶିକା ଚୌଧୁରୀ ଏହି ଟୁର୍ଣ୍ଣାମେଂଟ ପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ୨୦୧୩ରେ ଇଂଲଣ୍ଡକୁ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରି ଏହି ଟୁର୍ଣ୍ଣାମେଂଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଗତ ସଂସ୍କରଣରେ ଆର୍ଜେଂଟିନା ଟାଇଟଲ ଜିତିଥିଲା ।

Leave A Reply

Your email address will not be published.