Latest Odisha News

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ।

ଖବର ମୁତାବକ, ମା’ ମାହେଶ୍ଵରୀ ଗ୍ରୁପ ରୁ ଉଭୟ ଦମ୍ପତ୍ତି ଦେଢ ଲକ୍ଷ ଟଙ୍କା ଉଠାଇଥିଲେ । ଏହି ଟଙ୍କା ହଡପ କରିବା ପାଇଁ ଗାଁ ର ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିଲେ ।

୧୦ ଅକ୍ଟୋବର ୨୦୧୭ ମସିହାରେ କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ ।

Leave A Reply

Your email address will not be published.