ସୁବର୍ଣ୍ଣପୁର:କୁନି କୁନି ଝିଅ । ଖେଳୁ ଖେଳୁ କେତେବେଳେ ସନ୍ଧ୍ୟା ହୋଇଗଲାଣି ଜାଣି ପାରିନ ଥିଲେ । ହେଲେ କିଏ ଜାଣିଥିଲା ହସଖୁସିରେ ଖେଳୁଥିବା ଏଇ ପିଲା ଦି ଜଣ ଏମିତି ସବୁଦିନ ପାଇଁ ନୀରବି ଯିବେ ବୋଲି । ଖେଳି ଖେଳୁ କୂଅରେ ପଡିଗଲେ । ଏମିତି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ ।
ସଦର ଟାଉନରେ ରହୁଥିବା କଲ୍ଲୋଳ ମିଶ୍ରଙ୍କ ଘର ପଛପଟେ ଅଛି ଏକ କୂଅ । ଅପରାହ୍ନରେ ଆଲୋକ ମିଶ୍ରଙ୍କ ୨ ବର୍ଷର ଝିଅ ଦିଶା (୨ବର୍ଷ) ସଂଗ୍ରାମ ଶତପଥିଙ୍କ ଝିଅ ସିଦ୍ଧିଶ୍ରୀ ଗତ କାଲି ସନ୍ଧ୍ୟାରେ ଖେଳୁଥିଲେ । ଖେଳୁ ଖେଳୁ ଅସାବଧାନତା ବଶତଃ ଘର ପଛରେ ଥିବା କୁଅରେ ପଡିଯାଇଥିଲେ ।
ସନ୍ଧ୍ୟା ହେବାରୁ ପିଲାଙ୍କୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଅଗ୍ନିସମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିସମ କର୍ମଚାରୀ ପହଂଚି ଦୁଇ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ସେମାନଙ୍କୁ ବିରମହାରାଜପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ଜଣେ ଗୁରୁତରଙ୍କୁ ସୋନପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ ବରଗଡ ନିଆଯାଇଥିଲା । ହେଲେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Comments are closed.