Latest Odisha News

BREAKING NEWS

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି ।

ଛୁରାମାଡରେ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି । ତାଙ୍କ ବେକ, ଅଂଟା ଓ ହାତରେ ଗଭୀର ଆଘାତ ଲାଗିଛି । ଦୁଇ ଯୁବତୀଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଛୁରାମାଡ କରିଥିବା ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

Comments are closed.