Latest Odisha News

BREAKING NEWS

ରାଉରକେଲା: ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ଯୁବତୀ ମୃତ

ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ନିକଟରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ମୁତାବକ, ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଟିସିଆଇ ଛକ ନିକଟରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେଇଥିଲା । ସଙ୍ଗେସଙ୍ଗେ ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ଉକ୍ତ ସ୍କୁଟିରେ ନଂ ପ୍ଲେଟ ନଥିବାବେଳେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାବତ୍ ମୃତ ଯୁବତୀ ଦ୍ୱୟଙ୍କ ପରିଚୟ ମିଳିପାରିନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.