Latest Odisha News

BREAKING NEWS

କୋରାପୁଟରେ +୨ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତରୀତ କରିବା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ସ୍ଥିତ କୁମ୍ଭାରିପୁଟ କଲେଜର ଶତାଧିକ ଯୁକ୍ତ ୨ ଛାତ୍ରଛାତ୍ରୀ ସୋମବାର ଦିନ ଲକ୍ଷ୍ମୀପୁରକୁ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର କରିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ କାଉନସିଲ ଅଫ୍ ହାଇଅର ସେକେଣ୍ଡାରୀ ଏଜୁକେସନ(ସିଏଚଏସଇ) ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରକୁ ଲକ୍ଷ୍ମୀପୁର କଲେଜକୁ ସ୍ଥାନାନ୍ତରୀତ କରିଛନ୍ତି । ଯାହାର ଦୂରତା କୁମ୍ଭାରିପୁଟ ଠାରୁ ପାଖାପାଖି ୫୦ କିମି. ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଏଚଏସଇ ଅଧିକାରୀମାନେ ଯଦି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ତଥା ସଂଶୋଧନ ନ କଲେ ଏବଂ ଚଳିତ ବର୍ଷ କଲେଜରେ ବାର୍ଷିକ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ ନକରନ୍ତି, ସେଯାଏଁ ରାସ୍ତା ଅବରୋଧ ଜାରି ରହିବ ।

Leave A Reply

Your email address will not be published.