Latest Odisha News

ନିଆରା ଢଙ୍ଗରେ ବ୍ୟାଡ଼ମିଣ୍ଟନ ଖେଳ: ଗୋଟିଏ ରାକେଟ୍‌ରେ ଖେଳୁଛନ୍ତି ଦୁଇ ଯୁବତୀ

ସୋସିଆଲ ମିଡ଼ିଆରେ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଆଉ କିଛି ଚମତ୍କାର ଖେଳ, ଷ୍ଟଣ୍ଟ, ଏପରିକି କିଛି ବ୍ୟକ୍ତିଙ୍କର ପ୍ରତିଭାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ଜଣ ଯୁବତୀ ଗୋଟିଏ ରାକେଟ୍‌ରେ ବ୍ୟାଡ଼ମିଣ୍ଟନ ଖେଳି ଚର୍ଚ୍ଚାକୁ ଆସିଛନ୍ତି ।

ସାଧାରଣତଃ ବ୍ୟାଡମିଣ୍ଟନ ଦୁଇ ଜଣଙ୍କ ମଧ୍ୟରେ ଦୁଇଟି ରାକେଟ୍‌ରେ ଖେଳାଯାଇଥାଏ । କିନ୍ତୁ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯୁବତୀ ବ୍ୟାଡ଼ମିଣ୍ଟନ ଖେଳୁଛନ୍ତି । ମଝିରେ ନେଟ୍ ବି ବାନ୍ଧିଛନ୍ତି । ସେମାନେ ଏକ ନୂଆ ଶୈଳୀରେ ଏକାଠି ବ୍ୟାଡ଼ମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଛି । ଦୁଇଜଣ ଯାକ ଦୁଇଟି ରାକେଟ୍‌ରେ ଖେଳିବା କଥା । କିନ୍ତୁ ସେମାନେ ଗୋଟିଏ ରାକେଟ୍‌ରେ ଖେଳୁଛନ୍ତି । ଜଣେ ଯୁବତୀ କର୍କକୁ ପିଟିବା ପରେ କର୍କ ତଳକୁ ଆସିବା ପୂର୍ବରୁ ସେ ରାକେଟ୍‌କୁ ନିଜ ସାଥୀ ଖେଳାଳୀ ଆଡ଼କୁ ଫିଙ୍ଗୁଛନ୍ତି । ଠିକ୍ ସେହିପରି ତାଙ୍କ ସାଥୀ ମଧ୍ୟ ସେମିତି ଖେଳୁଛନ୍ତି । ଏହିପରି ଭାବେ ଦୁଇ ଜଣ ଯାକ ବ୍ୟାଡ଼ମିଣ୍ଟନ ଖେଳୁଛନ୍ତି । ସେମାନଙ୍କର ଏପରି ଚିତାକର୍ଷକ ଖେଳ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଯୁବତୀଦ୍ୱୟଙ୍କୁ ପ୍ରଶଂସା କରିଛନ୍ତି । ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ ବି କରିଛନ୍ତି ।

Comments are closed.