Latest Odisha News

BREAKING NEWS

ଦରଘା ବଜାର ବିସର୍ଜନ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା; ଆଉ ୪ ଗିରଫ

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଦରଘା ବଜାର ଥାନା ପୋଲିସ । ପୂର୍ବରୁ ୯ ଗିରଫ ହୋଇଥିଲେ । ମୋଟ୍ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ଏନେଇ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ଖୋଳତାଡ଼ ଚଳାଇଛି ପୋଲିସ ।

ସୂଚନାଥାଉକି, ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିଲେ । ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିବା ସୂଚନା ରହିଥିଲା । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିଲେ ।

ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସହରର ପ୍ରମୁଖ ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା ଓ କିଛି ପ୍ରମୁଖ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲା ।

 

Comments are closed.