Latest Odisha News

BREAKING NEWS

ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ମାଓବାଦୀଙ୍କ ଆତ୍ମସମର୍ପଣ ଡେଡଲାଇନର ଶେଷ ଦିନ ଥିବାବେଳେ, ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ଦୁଇ ମାଓବାଦୀ ।

ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ ହେବା ପରେ ବସ୍ତର ଅଞ୍ଚଳ ନକ୍ସଲ ମୁକ୍ତ ହେବ ବୋଲି କୁହାଯାଉଛି । ନକ୍ସଲ ପ୍ରଭାବ କେବଳ ଦୁଇ କିମ୍ବା ତିନୋଟି ପଞ୍ଚାୟତରେ ସୀମିତ ରହିଛି। ପ୍ରମୁଖ ନକ୍ସଲ ନେତାମାନେ ଆତ୍ମସମର୍ପଣ କରିଛନ୍ତି, ଯାହା ଫଳରେ ସଂଗଠନ ନେତୃତ୍ୱହୀନ ହୋଇପଡ଼ିଛି। ଆବୁଝମାଡ଼ର କିଛି ଅଞ୍ଚଳରେ ଏବେ ବି ଛୋଟ ଛୋଟ ମାଓ ସଙ୍ଗଠନ ରହିଛି ।

ମାଓମୁକ୍ତ ଓଡ଼ିଶା ଦିଗରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ଓଡ଼ିଶା ପୋଲିସ ମିଳିତ ଅପରେଶନ କରି ସଫଳତା ହାସଲ କରିଛି। କେବଳ କନ୍ଧମାଳରେ କିଛି ହାତଗଣତି (୮ରୁ ୯ ଜଣ) ମାଓବାଦୀ ରହିଛନ୍ତି । ସେମାନଙ୍କୁ ନିପାତ କରିବାକୁ ନିକ୍ସଲ ବିରୋଧୀ ଅପରେଶନ ଚାଲିଥିବା ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏଡିଜି ପଣ୍ଡାଙ୍କ କହିବା ଅନୁଯାୟୀ, ମାଓମୁକ୍ତ ନେଇ ଆମ ପାଖରେ ଯେଉଁ ଟାର୍ଗେଟ୍ ରହିଥିଲା ସେଥିରେ ଆମେ ବିଶେଷ ଭାବେ ସଫଳ ହୋଇଛୁ । ଓଡ଼ିଶାକୁ ଆଉ ମାଓ ବିପଦ ନାହିଁ କହିଲେ ଚଳେ ।

Leave A Reply

Your email address will not be published.