ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଏକ ବେଆଇନ ପଥର ଖଣିରେ ବିସ୍ଫୋରଣ ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ। ସୋମବାର ଦିନ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ରବିବାର ଢ଼େଙ୍କାନାଳ ମୋଟଙ୍ଗା ଥାନା ରାଣିବଣିଆ ଅଞ୍ଚଳରେ ମେଟାଲ ପଥର ଖଣିରେ ବିସ୍ଫୋରଣ ଘଟିଥିଲା। ପଥର ଅତଡ଼ା ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବେଆଇନ୍ ଖଣି ଖନନ ବେଳେ ଏହି ଦୁର୍ଘଟଣା ଘଟିଛି।
ସୂତ୍ର ଅନୁଯାୟୀ ପୋଲିସ ଦ୍ୱାରା ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ଲାଷ୍ଟିଂ ଅପରେଟର ଛବିନ୍ଦ୍ର ମହାକୁଡ ଏବଂ ତାଙ୍କର ଜଣେ ସହଯୋଗୀ ଅଛନ୍ତି। ତଦନ୍ତ ପାଇଁ ଉଭୟଙ୍କୁ ମୋଟଙ୍ଗା ଥାନାରେ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଶନିବାର ରାତିରେ ପଥର ଖଣିରେ ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ। ମୃତକଙ୍କ ନାମ ବାଲେଶ୍ୱରର ୨୫ ବର୍ଷୀୟ ଅଭି ସିଂହ ଏବଂ କେନ୍ଦୁଝରର ୨୩ ବର୍ଷୀୟ ବୁଧୁ ମୁଣ୍ଡା। ଲଗାତାର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପରେ ପଥର ଏବଂ ମାଟିର ଢିପ ତଳୁ ରବିବାର ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୋଲିସ କହିଛି ଯେ ଶ୍ରମିକମାନେ ବ୍ଲାଷ୍ଟିଂ ପାଇଁ ଗାତ ଖୋଳୁଥିଲେ, ସେତେବେଳେ ସେମାନଙ୍କ ଉପରେ ଏକ ବଡ଼ ପଥର ପଡ଼ିଥିଲା। ଏହି ଘଟଣା ଯୋଗୁଁ ଉକ୍ତ ସ୍ଥାନରେ ମାଟି ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ସମୟରେ ଖଣିରେ ଅନ୍ୟ କୌଣସି ଶ୍ରମିକ ଉପସ୍ଥିତ ନଥିଲେ ବୋଲି ସେମାନେ କହିଛନ୍ତି।
ବିସ୍ପୋରଣ ପାଇଁ ଡିନା ମାଇଡ଼ ଖଞ୍ଜିବା ପାଇଁ ବଡ଼ ବଡ଼ ପଥରେ ହୋଲ ବା ଡ୍ରିଲ କରୁଥିବା ବେଳେ ଉପରୁ ବଡ ବଡ ପଥର ଖଣ୍ଡ ମାନ ତଳକୁ ଖସି ପଡିଥିଲା।