Latest Odisha News

ଗୁଡ଼ି ସୂତା ଲାଗି କଟିଲା ବେକ ଓ ମୁହଁ

କଟକ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ଏକ ନିଆରା ପରମ୍ପରା । ହେଲେ ଏବେ ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା କାରଣରୁ ଅନେକ ବିପଦ ମୁହଁରେ ପଡୁଛନ୍ତି । ସେହିଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି କଟକରୁ ।

ଅଘଟଣ । ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ କଟିଥିବା ବେଳେ ଅନ୍ୟ ଜଣଙ୍କର ମୁହଁ କଟିଥିବା ଘଟଣା ସାମ୍ନାକୁ ଆସିଛି । ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲକୁ ପଠାଯାଇଛି ।

ନୂଆବଜାର ରେଳଓ୍ବେ ଓଭରବ୍ରିଜ୍ ଉପରେ ଚାଇନିଜ୍ ପ୍ଲାଷ୍ଟିକ୍ ଗୁଡି ସୂତା ଲାଗି ଯିବାରୁ ଉଭୟ ଆହତ ହୋଇଛନ୍ତି । ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଥିବାବେଳେ ଅନ୍ୟ ଜଣେ ଏସସିବିରେ ଚିକିତ୍ସିତ ହେଉଛନ୍ତି ।

ଗତକାଲି ଗୁଡି ସୂତା ଲାଗି ତ୍ରିଶୁଳିଆରେ ଜଣେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.