Latest Odisha News

BREAKING NEWS

ଭୋଟ ଫଳାଫଳ ପୂର୍ବରୁ ତିହିଡ଼ିରେ ନିର୍ବାଚନୀ ହିଂସା, ଦୁଇ ଆହତ

ଧାମନଗର: ଧାମନଗର ଉପନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ  ପୁଣି ହିଂସାକାଣ୍ଡ ଘଟିଛି ।  ଉପନିର୍ବାଚନ ଫଳାଫଳ ଲାଗି  ଆଉ ଗୋଟିଏ ଦିନ ବାକି ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତଳ ଗୋପବିନ୍ଧା ଗାଁର ଦୁଇ ପରିବାକୁ ଭୋଟ୍ ନ ଦେବା ଲାଗି ବିଜେଡି ଦଳର ଲୋକମାନେ ଚେତାବନୀ ଦେଇଥିବା ମାଡ଼ ଖାଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି  ।  ସେମାନଙ୍କ କଥା ନମାନି ସେହି ପରିବାର ଲୋକେ ଭୋଟ ଦେବାକୁ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିଜେଡି ସମର୍ଥିତ ଲୋକେ ବାପ-ଝିଅଙ୍କୁ ଲୁହା ଛଡ଼ ଓ ବାଡି ଧରି ସଂଘବଦ୍ଧ ଆକ୍ରମଣ କରିଥିବା ଝିଅ ଅଭିଯୋଗ କରିଛନ୍ତି। ବାପା ଝିଅଙ୍କୁ ଆକ୍ରମଣ କରିବାକୁ ନେଇ ବିଜେପି ବିଜେଡି ମଧ୍ୟରେ ପରସ୍ପରକୁ ଦୋଷ ଲଦାଲଦି ହୋଇଛନ୍ତି ।

BjdElectrycity

ଘଟଣା ଅନୁସାରେ  ତିହିଡି ବ୍ଲକ ଅଧିନସ୍ଥ ତଳଗୋପବିନ୍ଧା ପଞ୍ଚାୟତର ଦିବାକର ବେହେରା ଓ ତାଙ୍କ ଝିଅ ସଂଜିବନୀ ବେହେରାଙ୍କୁ ବିଜେଡ଼ି କର୍ମୀ ଭୋଟ୍ ନ ଦେବା ପାଇଁ ଧମକ ଦେଇଥିବା ତାଙ୍କ ଝିଅ ମାଡ଼ ଖାଇବା ପରେ  ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁସାରେ ତାଙ୍କ ପରିବାର ଭୋଟ୍ ଦେବା ପରେ ସଂଧ୍ୟାରେ ଦିବାକର ବେହେରା  ଘର ବାହାରକୁ ଯାଇଥିବା ବେଳେ ବିଜେଡ଼ିର  ଗୋରା, ମିକୁ, ସୁଶ, ରାମ ଖଟୁଆ ଓ ଦୁଖିଆ ଆକ୍ରମଣ କରିଥିବା ସଂଜୀବନୀ କହିଛନ୍ତି । ସେହି ସମୟରେ ଆକ୍ରମଣ ଖବର ପାଇ ଦିବାକର ବେହେରାଙ୍କ ଝିଅ ସଂଜିବନୀ ବାପାକୁ ରକ୍ଷା କରିବାକୁ ଯାଇଥିବା ବେଳେ ତାଙ୍କୁ ବି ସେମାନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ ।

ବାପା ଓ ଝିଅ ଆହତ ହୋଇ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ତାଙ୍କ ସମର୍ଥକଙ୍କ ସହ ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ବୁଝି ଯାଇଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ସୂରଜ କହିଛନ୍ତି । ପୋଲିସ ଏବଂ ପ୍ରଶାସନ ତଦନ୍ତ କରି ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଭୋଟ ଦେବାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଅଭିଯୋଗର କାରଣ ତଦନ୍ତ ପରେ ଜଣାପଡିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.