Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଫୋନ ଧରି ଚାଲିଗଲେ ସମ୍ଭବ। କାହା ସାଙ୍ଗରେ ଗୋଟେ ଗପୁଚନ୍ତି ଗପୁଚନ୍ତି ଗପ ଆଉ ସରୁନି । ଆସ୍ଥା ରାଗିରେ ପଞ୍ଚମ ହେଲାଣି ହେଲେ କିଛି କହିପାରୁନି । ବହୁତ କଷ୍ଟରେ ରାଗକୁ ସମ୍ବରଣ କଲା । କିଛି ନହେବାର ଅଭିନୟ କଲା । ରାତି ପାଇଁ ସମ୍ଭବଙ୍କ ପସନ୍ଦର ସିମେଇ କ୍ଷୀରି, ପରଟା ,ସରୁ ସରୁ କଟା ହୋଇଥିବା ଆଳୁ ଭଜା ତିଆରି କଲା ,ସମସ୍ତେ ମିଶି ରାତିରେ ଖାଇ ପିଇ ଶୋଇଲେ ।

ରାତି ପାହି ନଥିଲା ଭୋର ଭୋର ସମୟ ଆସ୍ଥା ପିଲାମାନଙ୍କର ଡ୍ରେସ, ନିଜର ଲୁଗାପଟା ଆଉ ସମ୍ଭବଙ୍କର କାଦୁଅ ଲାଗିଥିବା ସାର୍ଟ ପ୍ୟାଣ୍ଟ ସର୍ଫରେ ବତୁରେଇ ପାଇଁ କଢା କଢ଼ି କରୁଥିଲା । ସମ୍ଭବଙ୍କ ପ୍ୟାଣ୍ଟ ପକେଟରୁ ରୁମାଲ ଟେ ପାଇଲା । ଯୋଉଥିରେ ଏମ୍” ଲେଟର ଲେଖା ହୋଇଛି । ମାୟାର ହାତରେ ସିଲେଇ କାମ ଏମରୋଡରି କାମ ଅତି ନିଖୁଣ ଭାବରେ ହୋଇ ପାରୁଥିଲା । ଆସ୍ଥାର ଅନୁମାନ ଠିକ ଯାଗାରେ ଯାଇ ବାଜିଚି । ମାୟା । ଯାହାକୁକୁ ସେ ଦୟା ଦେଖେଇ ନିଜ ହାତ ରେ ଆଣି ରଖିଥିଲା । କଥାରେ ଅଛି- ” ସବୁ କରିବ କିନ୍ତୁ ମଣିଷ ଗଛ ଲାଗେଇବନି ।” ଆଜି ସେ ପ୍ରମାଣ ପାଇଗଲା ! କାହାକୁ କହିବ ଆପଣା ସୁନା ତ ଭେଣ୍ଡି ! ମନ କଥା କୁ ମନରେ ରଖିଲା ଆସ୍ଥା ! ଉଃ ତକ ବି କଲାନି ! ନିଜକୁ ନିଜେ ସାବାସି ଦେଉଥାଏ ମନେ ମନେ ! ଠିକ ସମୟରେ ରୋଷେଇ ଖାଇବା ପିଇବା, ପିଲାଙ୍କର ଯତ୍ନ କୋଉଥିରେ ଖିଲାପ ନକରି ଆସ୍ଥାର ଅଲକ୍ଷ୍ୟରେ କିଛିଟା କିନ୍ତୁ ସୁରେଖା ଲକ୍ଷ୍ୟ କରୁଥିଲା ,ତା ମାଆ ଙ୍କର ବୋହିପଡୁଥିବା ଲୁହକୁ ପିଇବା, ଯନ୍ତ୍ରଣାରେ ରୂପାନ୍ତନରଣ ହେଉଥିବା କୋହକୁ , ଛାତି ତଳେ ଚାପିବାର କଥାକୁ ।

 

କ୍ରମଶଃ

Leave A Reply

Your email address will not be published.