Latest Odisha News

କଲରାପତରିଆ ବାଘ ଆକ୍ରମଣରେ ୨ ଗୁରୁତର

ଅନୁଗୁଳ: ଛେଳି ଚରାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଚିଛି ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ କୃଷ୍ଣଚକ୍ରଗଡ଼ରେ । ମିଳିଥିବା ସୂଚନା ଅନୁସାରେ, ଗାଁରେ ଜନକ ବେହେରା ଓ ନେକୁରି ବେହେରା ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା କଲରାପତରିଆ ।

କଲରାପତରିଆ ବାଘ ଆକ୍ରମଣରେ କୃଷ୍ଣଚକ୍ରଗଡ଼ ଗାଁର ଜନକ ଓ ନେକୁରି ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଚିତ୍କାର ଶୁଣା ଗ୍ରାମବାସୀ ସେଠାରେ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.