Latest Odisha News

BREAKING NEWS

ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଜେଜେଏମପିର ଦୁଇ ସମର୍ଥକ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଲୋହାରଦଗା ପୋଲିସ ବଡ଼ ସଫଳତା ମିଳିଛି । ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଉଗ୍ରବାଦୀ ସଂଗଠନ ଜେଜେଏମ୍‌ପିର ଦୁଇ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେନହା ଥାନା ଅଞ୍ଚଳର ନସୀମ ଅନସାରୀ ଓ ଶ୍ୟାମଲାଲ ଯାଦବ ।

ଗିରଫ ଦୁଇ ଜଣଙ୍କ ନିକଟରୁ ଦୁଇଟି ପିସ୍ତଲ, ୮୨ଟି ୫.୫୬ ଏମଏମ୍‌ ଇନସାସ୍‌ କାର୍ଟୁଜ ଓ ୩ଟି ୮ ଏମଏମ୍‌ କାର୍ଟୁଜ ଜବତ ହୋଇଛି । ଗିରଫ ପରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚଲାଣ କରାଯାଇଥିବା ଲୋହାରଦଗା ଏସପି ସାଦିକ ଅନ୍ୱର ରିଜଭୀ କହିଛନ୍ତି ।

Leave A Reply

Your email address will not be published.