Latest Odisha News

କାଲି ଶ୍ରାବଣ ସୋମବାର, ପାଣି ଉଠାଇବା ବେଳେ ଦେବୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଜଗତସିଂହପୁର: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ସୋମବାର । ଏଥିପାଇଁ ବିଭିନ୍ନ ନଦୀ ପଠା ସହ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରରୁ ମହାଦେବଙ୍କ ପାଖରେ ଜଲ ଲାଗି କରିବାକୁ ବିଭିନ୍ନ ନଦୀରୁ ପାଣି ଆଣି ମନ୍ଦିର ଅଭିମୁଖେ ବାହାରୁଛନ୍ତି କାଉଡ଼ିଆ । ଜଗତସିଂହପୁରର ଦେବୀ ନଦୀରେ ବୁଡ଼ମାରି ପାଣି ଆଣିବା ବେଳେ ଅଘଟଣ ଘଟିଛି ।

ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବୁଡ଼ି ଯାଇ ୨ ଜଣ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି । ଆସନ୍ତାକାଲି ଶ୍ରାବଣ ସୋମବାରରେ ଶୈବପୀଠରେ ପାଣି ଲାଗି ପାଇଁ ବୁଡ଼ ମାରିବା ବେଳେ ଦେବୀରେ ବୁଡ଼ି ଯାଇଛନ୍ତି ୨ କାଉଡ଼ିଆ । ଅଗ୍ନିଶମ ବାହିନୀ ଜଣଙ୍କୁ ଖୋଜାଖୋଜି କରି ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି ଜାରି ରହିଛି ।

Comments are closed.